ଭୁବନେଶ୍ବର,୨୮/୧୦(ଶୁଭମ ): ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଦୀର୍ଘ ସମୟର ସଂଘର୍ଷ ପରେ ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ୟାନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ା ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ା ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକରେ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି ା ସୁରକ୍ଷା ଦୃଷ୍ଟିରୁ ତଳିଆ ଏବଂ ପାର୍ବତ୍ୟ ଅଞ୍ଚଳରୁ ପ୍ରାୟ ୩୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ପାଇଁ ଆକସ୍ମିକ ବନ୍ୟା (Flash Flood) ଚେତାବନୀ ଜାରି କରାଯାଇଛି ା ବାତ୍ୟା ଯୋଗୁଁ ଭୁବନେଶ୍ୱର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ବସ୍ ସେବା ବନ୍ଦ ରହିବା ସହ ୭୦ରୁ ଅଧିକ ଟ୍ରେନ୍ ବାତିଲ ବା ରୁଟ୍ ପରିବର୍ତ୍ତନ କରାଯାଇଛି ା ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ଦୁଇ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି ା
