ରାୟଗଡ଼ା,୨୪/୦୯(ଶୁଭମ ନ୍ୟୁଜ୍‌): ଆଜି ଗୁରୁବାର ସକାଳ ୫ଘଟିକା ସମୟରେ ରାମକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜାସ୍ଥଳରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପୂଜା କମିଟିର ଆଇନ ପରାମର୍ଶଦାତା ସଚିଦାନନ୍ଦ ଖାଡ଼ଙ୍ଗା ଏବଂ ପରିଚାଳନା କମିଟି ସଦସ୍ୟଙ୍କ ସହାୟତାରେ ଶୁଭଖୁଣ୍ଟି ସ୍ଥାପିତ କରାଯାଇଥ଄ଲା ା ଏଥ଄ରେ ଅନୁଷ୍ଠାନର ସଭାପତି ରାଜ କିଶୋର ପଣ୍ଡା ଏବଂ ସମ୍ପାଦକ ବିପିନ ବିହାରୀ ବିଶ୍ବାଳଙ୍କ ସମ୍ପାଦନାରେ ପ୍ରତିକୂଳ ପାଗ ସତ୍ତ୍ବେ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟିର କାର୍ଯ୍ୟକାରୀ ସଦସ୍ୟ ଭାବେ ବାସୁଦେବ ମିଶ୍ର, ସୁନୀଲ କୁମାର ପାଢ଼ୀ, ପ୍ରମୋଦ କୁମାର ସେଠୀ, ଶୁଭ୍ରାଂଶୁ ଦାସ, କେଦାର ଦାସ, କାଉନସିଲର ସୁକାନ୍ତ ପରିଡ଼ା, ଆଇନଜୀବୀ ବିବେକାନନ୍ଦ ସାହୁ,ଅଶୋକ ପଣ୍ଡା,ରିଂକୁ ସାହୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥ଄ଲେ ା ବିଶେଷ କରି ପୂଜକ ଦେବୀ ପ୍ରସାଦ କର ଓ ତାଙ୍କ ସହଯୋଗୀ ବୈଦିକ ରୀତି ନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରିଥÒଲେ ା ସୁକାନ୍ତ ଟେଣ୍ଟ୍‌ ହାଉସ୍‌ ତଥା ବାପି ଟିମ୍‌ର ସହଯୋଗୀଙ୍କ କାର୍ଯ୍ୟ ବେଶ ପ୍ରଂଶସନୀୟ ା