ଭୁବନେଶ୍ବର,୦୪/୦୯(ଶୁଭମ ନ୍ୟୁଜ୍): ରାଜ୍ୟରେ ସାଧାରଣ ଯାତ୍ରୀ, ବିଶେଷ କରି ମହିଳା ଓ ସୀନିୟର ସିଟିଜେନମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଭାରତର ପ୍ରଥମ ସରକାରୀ ସମର୍ଥିତ ସୁରକ୍ଷିତ ଯାତ୍ରୀ ପରିବହନ ମଡ୍ୟୁଲ୍ ‘Odisha Yatri Safety App’ ର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଆପ୍ର ବ୍ରାଣ୍ଡ ଆମ୍ବାସଡର ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଏହି ଅତ୍ୟାଧୁନିକ ସୁରକ୍ଷା ଫିଚର ବିଶିଷ୍ଟ ଆପ୍ର ଲୋକାର୍ପଣ କରାଯାଇଛି।
ଏହି ଆପ୍ରେ ଦେଶରେ ପ୍ରଥମ ଥର ପାଇଁ ‘Shake & Alert’ (ମୋବାଇଲ ହଲାଇଲେ ଆଲର୍ଟ) ଭଳି ବୈପ୍ଳବିକ ଟେକ୍ନୋଲୋଜି ସ୍ଥାନିତ ହୋଇଛି, ଯାହାଦ୍ୱାରା ଜଣେ ଯାତ୍ରୀ ବିପଦ ସମୟରେ କେବଳ ଫୋନ୍କୁ ହଲାଇ ଗୋପନୀୟ ଭାବେ ଜରୁରୀକାଳୀନ ସଙ୍କେତ ପଠାଇପାରିବେ। ଏହା ସହିତ ଏଥିରେ ୱାନ୍-କ୍ଲିକ୍ SOS ବଟନ୍, ଲାଇଭ୍ ଲୋକେସନ ସେୟାରିଂ ଏବଂ ଜରୁରୀ ସମୟରେ ଅଡିଓ ରେକର୍ଡିଂର ସୁବିଧା ରହିଛି, ଯାହା ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମ୍ ଏବଂ ପରିବାର ଲୋକଙ୍କ ସହ ଯୋଡ଼ିହେବ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଅବସରରେ କହିଛନ୍ତି ଯେ, ସ୍ମାର୍ଟ ଓ ସୁରକ୍ଷିତ ପରିବହନ ବ୍ୟବସ୍ଥା ହିଁ ଏକ ନାଗରିକ-ଅନୁକୂଳ ସହରର ମୂଳଦୁଆ। ଏହି ଆପ୍ ମାଧ୍ୟମରେ କେବଳ କ୍ୟାବ୍ ବା ଅଟୋ ବୁକିଂ ନୁହେଁ, ବରଂ ‘Ama Bus’ ର କ୍ୟୁଆର୍ କୋଡ୍ ଟିକେଟିଂ, ଫାଷ୍ଟ-ଟିକେଟ୍ ଏବଂ ବୋଟିଂ ସେବା ମଧ୍ୟ ଏକାଠି ଉପଲବ୍ଧ ହେଉଛି। ଓଡ଼ିଶା ଯାତ୍ରୀ ଆପ୍ଟି ସମ୍ପୂର୍ଣ୍ଣ ଭାବେ ଶୂନ୍ୟ କମିଶନ (Zero Commission)